ରେକର୍ଡ କଲା ଆରୋଗ୍ୟ ସେତୁ ଆପ୍, ୪୧ ଦିନରେ ୧୦ କୋଟିରୁ ଅଧିକ ରେଜିଷ୍ଟର

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଆପ୍ ‘ଆରୋଗ୍ୟ ସେତୁ’ ରେକର୍ଡ ସୃଷ୍ଟି କରିଛି। ୪୧ ଦିନ ମଧ୍ୟରେ ଆରୋଗ୍ୟ ସେତୁ ଆପରେ ୧୦ କୋଟିରୁ ଅଧିକ ୟୁଜର ରେଜିଷ୍ଟର କରିଛନ୍ତି। ତେବେ ଏହି ଆପଟି ସରକାରଙ୍କ ତରଫରୁ ଏପ୍ରିଲ ୨ରେ ଲଞ୍ଚ ହୋଇଥିବା ବେଳେ ଏହା ଦ୍ୱାରା କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ତେବେ ଏହି ଆପ୍ ଲଞ୍ଚ ହେବାର ଅଳ୍ପ କିଛି ଦିନ ମଧ୍ୟରେ ଏଥିରେ ୫ କୋଟିରୁ ଅଧିକ ୟୁଜର ରେଜିଷ୍ଟର କରିଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ଏହା ଦୁନିଆର ସବୁଠାରୁ ଅଧିକ ଥର ଡାଉନଲୋଡ ହୋଇଥିବା ଆପ ହୋଇପାରିଛି।

ଆରୋଗ୍ୟ ସେତୁର ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲର ଏକ ଟ୍ଵିଟ୍ ମୁତାବକ, ଦେଶରେ ଏହି ଆପରେ ୧୦୦ ମିଲିୟନ ୟୁଜର ହୋଇଛନ୍ତି। ଆମେ ସମସ୍ତେ ମିଶି କୋରୋନା ସହ ମୁକାବିଲା କରିପାରିବା। ଆରୋଗ୍ୟ ସେତୁ ଆପ ଡାଉନଲୋଡ କରନ୍ତୁ, ସୁରକ୍ଷିତ ରୁହନ୍ତୁ।