ଜେଲ ଗଲେ ଅର୍ଣ୍ଣବ ଗୋସ୍ୱାମୀ

ନୂଆଦିଲ୍ଲୀ, ଏନ୍ଏନ୍ଏସ୍: ରିପବ୍ଲିକ୍ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ରବିବାର ମୁମ୍ବାଇ ତଲୋଜା ଜେଲକୁ ସ୍ଥାନାନ୍ତରଣ କରାଯାଇଛି। ନ୍ୟାୟିକ ହେପାଜତରେ ଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଅଭିଯୋଗ ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଏହା ପୂର୍ବରୁ ତାଙ୍କୁ ଆଲିବାଗ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଗତ ବୁଧବାର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ ।

ପ୍ରକାଶ ଯେ, ୨୦୧୮ ମସିହାରେ ଆଲିବାଗର ୫୩ ବର୍ଷିୟ ଇଣ୍ଟେରିୟର ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ ଆତ୍ମହତ୍ୟା କରିଥିଲେ । ଅନଭୟଙ୍କ ସୁଇସାଇଡ୍ ନୋଟରେ ଲେଖାଥିଲା, ଅର୍ଣ୍ଣବ ଗୋସ୍ୱାମୀଙ୍କ ନ୍ୟୁଜ ଚ୍ୟାନେଲର ଷ୍ଟୁଡିଓ କାମ ଓ ଅନ୍ୟ ଦୁଇ ମିଡିଆ ହାଉସର ଡିଜାଇନିଂ ବାବଦକୁ ପ୍ରାୟ ୫ଲକ୍ଷ ଟଙ୍କା ବକେୟା ପଡିରହିଛି । ଆର୍ôଥକ ସମସ୍ୟା ଯୋଗୁଁ ଅନଭୟ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରୁ ସ୍ପଷ୍ଟ ହୋଇଥିଲା । ଏନେଇ ୨୦୧୯ରେ ଆଲିବାଗ ପୁଲିସ ଏକ ମାମଲା ରୁଜୁ କରି, କିଛି ଦିନ ପରେ ଫାଇଲକୁ କ୍ଲୋଜ କରିଦେଇଥିଲା । ତେବେ ଅନଭୟଙ୍କ ଝିଅ ମାମଲା ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।