ଯବାନଙ୍କ ପାଇଁ ସୀମାରେ ପ୍ରସ୍ତୁତ ହେଉଛି ଉଷୁମ ଘର

ନୂଆଦିଲ୍ଲୀ, ଏଜେନ୍ସି: ଗତ କିଛି ମାସ ହେବ ଚୀନ୍ ଏବଂ ଭାରତ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଯେ କୌଣସି ପରିସ୍ଥିତିରେ ଭାରତୀୟ ଯବାନମାନେ ସାହସ ଦେଖାଇ ଚୀନର ପ୍ରତ୍ୟେକ ଷଡଯନ୍ତ୍ରକୁ ଭଣ୍ଡୁର କରୁଛନ୍ତି । ଏହି ଶୀତରେ ଯବାନମାନଙ୍କୁ ଅଧିକ ସୁଦୃଢ କରିବା ପାଇଁ ପୂର୍ବ ଲଦାଖର ଏଲଏସିରେ ଉଷୁମ ଘର ନିର୍ମାଣ କରାଯାଇଛି। ଏଠାରେ ନଭେମ୍ବର ପରେ ପରେ ୪୦ ଫୁଟ ପର୍ଯ୍ୟନ୍ତ ତୁଷାରପାତ ହୋଇଥାଏ।

ଫଳରେ ସମୁଦ୍ର ପତ୍ତନଠାରୁ ୧୬ ହଜାର ଫୁଟ ଉପରେ ଥିବା ଏସବୁ ସ୍ଥାନରେ ତାପମାତ୍ରା ମାଇନସ ୩୦ରୁ ୪୦ ଡିଗ୍ରୀରେ ମଧ୍ୟରେ ପହଞ୍ଚିଯାଇଥାଏ। ଏଠାରେ କଷ୍ଟକର ସ୍ଥିତିରେ ରହିବାକୁ ଭାରତୀୟ ଯବାନଙ୍କୁ ପୂର୍ବରୁ ପଡୁଥିଲା। ତେବେ ଏବେ ସେମାନଙ୍କ ଲାଗି ଥଣ୍ଡାରେ ବି ଉଷୁମ ରହୁଥିବା ଘର ନିର୍ମାଣ କରାଯାଇଛି। ଏଠାରେ ରହିବା ଯବାନଙ୍କ ପାଇଁ ସହଜ ଜନକ ହେବ। ଯବାନଙ୍କୁ ଗରମ ପାଣି ଯୋଗାଇ ଦିଆଯିବା ସହିତ ବିଦ୍ୟୁତ୍ ହିଟର ସୁବିଧା ଉପଲବ୍ଧ କରାଯାଇଛି।