ଯୌତୁକ ନିର୍ଯାତନା ଅଭିଯୋଗରେ ସେନା ଅଧିକାରୀ ଗିରଫ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ସେନା ଅଧିକାରୀଙ୍କୁ ଭୁବନେଶ୍ୱର ମହିଳା ଥାନା ପୁଲିସ  ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ସୌମ୍ୟରଞ୍ଜନ ପତି ଓ ସେ ଜଣେ ଆର୍ମୀ ମେଜର ବୋଲି ଜଣାପଡିଛି।  ତାଙ୍କ ପତ୍ନୀଙ୍କ ଏତଲା ଆଧାରରେ ପୁଲିସ ଗିରଫ କରିିଛି। ସଂପୃକ୍ତ ସେନା ଅଧିକାରୀ ଜଣଙ୍କ ଫରିଦାବାଦରେ କାର୍ଯ୍ୟରତ ଥିଲେ। ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ପରେ ସେନାଅଧିକାରୀଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ମାମଲାର ଶୁଣାଣି ପାଇଁ ଗତକାଲି ରାତିରେ କୋର୍ଟ ଖୋଲାଯାଇଥିଲା।