ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସହ ସେନାର ଗୁଳିବିନିମୟ, ଜଣେ ଯବାନ ସହିଦ

ନୂଆଦିଲ୍ଲୀ, ଏନ୍ଏନ୍ଏସ୍: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାର ଏକ ଗାଁରେ ଆତଙ୍କବାଦୀ ସହ ଗୁଳିବିନିମୟ ସମୟରେ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ଡୋଡା ସହରରୁ ୨୬ କିମି ଦୂର ଗୁଡ଼ାନା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୁରକ୍ଷାବଳକୁ ଖବର ମିଳିଥିଲା। ପରେ ରାଷ୍ଟ୍ରୀୟ ରାଇଫଲ, ପୁଲିସ ଓ ସିଆରପିଏଫ୍ ପକ୍ଷରୁ ଶନିବାର ରାତିରେ ହିଁ ଏକ ସଂଯୁକ୍ତ ଅଭିଯାନ ଆରମ୍ଭ ହୋଇଥିଲା। ଏହାପରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା ଯାହାକି ଏବେ ପର୍ଯ୍ୟନ୍ତ ଜାରି ରହିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଅଧିକାରୀଙ୍କ କହିବା ମୁତାବକ, ଏହି ଗୁଳିବିନିମୟ ସମୟରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ। ଆଉ ହସ୍ପିଟାଲ ନେବା ସମୟରେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି।