ଯୁଦ୍ଧରେ ମୃତାହତ ସେନା କର୍ମଚାରୀଙ୍କ ଆର୍ଥିକ ସହାୟତା ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ସେନାର ଦୀର୍ଘ ଦିନର ଦାବି ପୂରଣ କରିବାକୁ ଯାଇ ଯୁଦ୍ଧ ସମୟରେ ମୃତାହତ ହେଉଥିବା ସେନା କର୍ମଚାରୀଙ୍କ ନିମନ୍ତେ ଆର୍ଥିକ ସହାୟତା ୪ ଗୁଣ ବୃଦ୍ଧି କରିଛନ୍ତି। ଦେଶ ଲାଗି ଯୁଦ୍ଧରେ ଆତ୍ମବଳି ଦେଉଥିବା ଏବଂ ଅକର୍ମଣ୍ୟ ହେଉଥିବା ସେନା କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା ବେଳେ ତାହା ପର୍ଯ୍ୟାପ୍ତ ହେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଆର୍ଥିକ ସହାୟତା ରାଶି ବୃଦ୍ଧି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏଭଳି କ୍ଷେତ୍ରରେ ଏକ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳୁଥିଲା ବେଳେ ଏବେ ଏହାକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପେନ୍ସନ୍, ସେନାର ସାମୂହିକ ବୀମା, ସେନା କଲ୍ୟାଣ ପାଣ୍ଠି ଓ ଅନୁକମ୍ପା ରାଶିକୁ ଛାଡ଼ି ଏହି ସହାୟତା ପ୍ରଦାନ କରାଯିବ। ସୈନ୍ୟ କଲ୍ୟାଣ ପାଣ୍ଠି (ଏବିସିଡବ୍ଲ୍ୟୁଏଫ୍)ରୁ ଏହି ଅର୍ଥ ଦିଆଯିବ।