ଘର କିଣିଲେ ‘ଅର୍ଜୁନ୍ ରେଡ୍ଡି’ ଆକ୍ଟର ବିଜୟ

ତେଲୁଗୁ ସିନେମାର ସୁପରଷ୍ଟାର୍ ତଥା ଭିନ୍ନ ସ୍ୱାଦର ଫିଲ୍ମ କରିବା ପାଇଁ ଜଣାଶୁଣା ବିଜୟ ଦେବରାକୋଣ୍ଡା ତାଙ୍କର ସ୍ୱପ୍ନର ଘର କିଣିଛନ୍ତି। ବିଜୟ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି ଏହାର ଫଟୋ। ଫଟୋଟି ବେଶ୍ ଭାଇରାଲ୍ ବି ହେବାରେ ଲାଗିଛି। ଏମିତିରେ ବିଜୟ ସାମାଜିକ ଗଣମାଧ୍ୟମରେ ବିଶେଷ ସକ୍ରିୟ ନୁହନ୍ତି, ମାତ୍ର ନିଜ ନୂଆଘରର ଫଟୋ ସେ ସେୟାର୍ କରିଛନ୍ତି ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ। ଏ ଫଟୋରେ ‘ଅର୍ଜୁନ ରେଡ୍ଡି’ ଫେମ୍ ବିଜୟ ତାଙ୍କର ମା’, ବାପା ଓ ଭାଇଙ୍କ ସହିତ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଛନ୍ତି।

ବିଜୟ କ୍ୟାପସନ ରଖିଛନ୍ତି, ‘ମା’ଙ୍କ ଖୁସି, ବାପାଙ୍କ ଗର୍ବ, ଆମର ନୂଆଘର।’ ବିଜୟଙ୍କ ନୂଆଘର ଫଟୋ ଦେଖି ପ୍ରଶଂସକ କମେଣ୍ଟ କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ‘ଡିୟର୍ କମ୍ରେଡ୍’ ଫିଲ୍ମ ଜରିଆରେ ଚଳିତ ବର୍ଷ ଧୁମ୍ ମଚାଇଥିଲେ ବିଜୟ। ଏଥିରେ ତାଙ୍କର ନାୟିକା ଭାବେ ଦେଖିବାକୁ ମିଳିଥିଲେ ରଶ୍ମିକା ମନ୍ଦାନା।