ଦ୍ୱିତୀୟଥର ପାଇଁ ଏନସିବି ଅଫିସରେ ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଦ୍ୱିତୀୟଥର ପାଇଁ ଏନସିବି ଅଫସିରେ ହାଜିର ହୋଇଛନ୍ତି। ଡ୍ରଗ୍ସ ମାମଲାରେ ପଚରାଉଚୁରା ଲାଗି ଏନସିବି ଅର୍ଜୁନଙ୍କୁ ସମନ ଜାରି କରିଥିଲା। ଡିସେମ୍ବର ୧୬ରେ ଏନସିବି ଅଫିସରେ ହାଜିର ହେବା ଲାଗି ସମନ ପଠାଯାଇଥିଲେ ମଧ୍ୟ ଅର୍ଜୁନ ୭ଦିନ ସମୟ ମାଗିଥିଲେ। ବ୍ୟକ୍ତିଗତ ମାମଲାରେ ବ୍ୟସ୍ତ ଥିବା ଦର୍ଶାଇ ଏହି ୪୭ ବର୍ଷୀୟ ଅଭିନେତା ସପ୍ତାହକର ସମୟ ମାଗିଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ନଭେମ୍ବର ୧୩ ତାରିଖରେ ଏନସିବି ଅର୍ଜୁନଙ୍କୁ ପାଖାପାଖି ୭ଘଣ୍ଟା ପଚରାଉଚୁରା କରିଥିଲା। ଡ୍ରଗ୍ସ ସମ୍ବନ୍ଧିତ ମାମଲାରେ ଅର୍ଜୁନଙ୍କ ଅଷ୍ଟ୍ରେଲୀୟ ବନ୍ଧୁ ପୋଲ ବାର୍ଟେଲଙ୍କୁ ଏନସିବି ଗିରଫ କରିବା ପରେ ତାଙ୍କୁ ପଚରାଉଚୁରା ପାଇଁ ଡକାଇଥିଲା।