ଏନସିବିରେ ହାଜର ହେଲେ ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲ

ମୁମ୍ବାଇ,ଏଏନ୍ଆଇ: ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲଙ୍କୁ ସୋମବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ରେ ପଚରାଉଚରା ପାଇଁ ପହଞ୍ଚିଛନ୍ତି। ଡ୍ରଗ୍ସ ସମ୍ବନ୍ଧୀୟ ମାମଲା ପାଇଁ ତାଙ୍କୁ ବୁଧବାର ଦିନ ଡକାଯାଇଥିଲା ହେଲେ ସେ ହାଜର ହୋଇ ପାରିବେ ନାହିଁ ବୋଲି ତାଙ୍କ ଓକିଲଙ୍କ ମାଧ୍ୟମରେ ତଦନ୍ତ ଏଜେନ୍ସିକୁ ଜଣାଇଥିଲେ।

ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲ ନିଜ ଓକିଲଙ୍କ ମାଧ୍ୟମରେ ବୁଧବାର ଏଜେନ୍ସିକୁ ଜଣାଇଥିଲେ କି ସେ ବୁଧବାର ହାଜର ହୋଇ ପାରିବେ ନାହିଁ ଏବଂ ଏଥି ସହ ସେ କେବେ ହାଜର ହୋଇ ପାରିବେ ତାହାର କୌଣସି ଉପଯୁକ୍ତ ତାରିଖ ମଧ୍ୟ ଜଣାଇନାହାନ୍ତି। ଏଥିସହ ଶନିବାର ଦିନ ଏନସିବି କରନ ସଜନାନୀ ଓ ରାହିଲା ଫର୍ଣ୍ଣିଚରୱାଲା ଠାରୁ ୨୦୦ କେଜି ଗଞ୍ଜେଇ ସହ ଅନ୍ୟାନ୍ୟ ଡ୍ରଗ୍ସ ଜବତ କରିବା ପରେ ଜଣାଶୁଣା ମୁଚଚଡ ପନୱାଲିଙ୍କୁ ପଚରାଉଚରା ପାଇଁ ଡକାଇଛି।