ଏପ୍ରିଲ ମାସ ପାଇଁ ଗାଇଡଲାଇନ୍ ଜାରିକଲେ ସରକାର

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟ ସରକାର ଆଜି ଏପ୍ରିଲ୍ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଏପ୍ରିଲ୍ ୧ରୁ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ଗାଇଡ୍ଲାଇନ୍। ଏପ୍ରିଲ୍ ମାସ ପାଇଁ ଜାରି କରାଯାଇଥିବା ନୂଆ ଗାଇଡଲାଇନରେ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନର କଣ୍ଟେନମେଣ୍ଟ ଜୋନ୍ କରିପାରିବେ ବୋଲି ଉଲ୍ଲେଖ ରହିଛି। ସତର୍କତାର ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବା ସହିତ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି। ଯଥା ସମ୍ଭବ ଅଧିକ ଆରଟିପିସିଆର ଟେଷ୍ଟ କରିବା ସହିତ ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି ପାଳନ କରିବା ସହିତ ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ଦିଆଯାଇପାରିବ ବୋଲି ରାଜ୍ୟ ସରକାର ଏପ୍ରିଲ ପାଇଁ ଜାରି କରିଥିବା ଗାଇଡଲାଇନରେ ଦର୍ଶାଯାଇଛି।