ନକ୍ସଲର ପରିଚୟ ଦେଇ କନଷ୍ଟେବଳ ଗିରଫ

ରାୟଗଡା, ଏନ୍ଏନ୍ଏସ୍: ଜଣେ ଏପିଆର କନଷ୍ଟେବଳ ନିଜକୁ ନକ୍ସଲ କହି ଧମକ ଦେବା ଅଭିଯୋଗରେ ଗିରଫ କରାଯାଇଛି। ସୂଚନା ଅନୁସାରେ ବିଷମକଟକ ଅଞ୍ଚଳରେ ଥିବା ଏକ ପ୍ଲାଣ୍ଟ୍ ର ସୁପରଭାଇଜରଙ୍କୁ ଟଙ୍କା ଦେବା ପାଇଁ ବାରମ୍ବାର ଧମକ ଦେଇଆସୁଥିଲା। ନିଜକୁ ଜଣେ ନକ୍ସଲ ବୋଲି ପରିଚୟ ଦେଉଥିଲା।

କେବଳ ସେତିକି ନୁହେଁ ଗତ ୪ ତାରିଖରେ ପ୍ଲାଣ୍ଟ୍ ମାଲିକଙ୍କୁ ଫୋନ୍ କରି ମୋଟା ଅଙ୍କର ଟଙ୍କା ଦେବାପାଇଁ କହିଥିଲା । ଟଙ୍କା ନଦେଲେ ସୁପରଭାଇଜରକୁ ଜୀବନରୁ ମାରିଦେବା ସହ ପ୍ଲାଣ୍ଟ୍ ରେ ନିଆଁ ଲଗାଇଦେବ ବୋଲି କହିଥିଲା। ଏ ନେଇ କମ୍ପାନୀ ମାଲିକ ବିଷମକଟକ ଥାନାରେ ଏତଲା ଦେବାପରେ ତଦନ୍ତ ଆରମ୍ଭ ହୋଇଥିଲା। ଶେଷରେ ରାୟଗଡା ଅଞ୍ଚଳର ଅଭିଯୁକ୍ତ ଶ୍ରୀକାନ୍ତ କୁମାରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଶ୍ରୀକାନ୍ତ ଜଣେ ଏପିଆର କନଷ୍ଟେବଳ ଭାବେ କାର୍ଯ୍ୟରତ । ପୁଲିସ ତାଙ୍କ ଠାରୁ ୨୪ ରାଉଣ୍ଡ ଗୁଲି ଓ ଗୋଟିଏ ବନ୍ଧୁକ ଜବତ କରିଛି।