୩ ସିମ୍ପାଞ୍ଜି, ୪ ଆମେରିକାନ୍ ମାଙ୍କଡ଼କୁ ଜବତ କଲା ଇଡି

କୋଲକାତା,ଏଜେନ୍ସି: ବେଆଇନ ଟଙ୍କା ହେରଫେର ମାମଲାରେ ପ୍ରଥମ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତିନୋଟି ସିମ୍ପାଞ୍ଜି ଓ ଚାରୋଟି ଆମେରିକାନ୍ ମାଙ୍କଡ଼କୁ ଜବତ କରିଛି। ପ୍ରତି ସିମ୍ପାଞ୍ଜିର ମୂଲ୍ୟ ୨୫ ଲକ୍ଷ ଟଙ୍କା ଓ ଆମେରିକାନ୍ ମାଙ୍କଡ଼ର ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ବୋଲି ଆକଳନ କରି ଇଡି ମୋଟ ୮୧ ଲକ୍ଷ ଟଙ୍କା ହେରଫେର କରାଯାଇଥିବା ଉଲ୍ଲେଖ କରିଛି। ଏ ସମ୍ପର୍କରେ ଇଡି କୋଲକାତା ଚିଡିଆଖାନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ୩ଟି ସିମ୍ପାଞ୍ଜି ଓ ୪ ଆମେରିକାନ୍ ମାଙ୍କଡ଼ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛି। ପଶ୍ଚିମବଙ୍ଗ ବନ୍ୟପ୍ରାଣୀ ବିଭାଗ କୋଲକାତାର ସୁପ୍ରଦୀପ ଗୁହାଙ୍କ ନିକଟରୁ ସିମ୍ପାଞ୍ଜି ଓ ଆମେରିକାନ୍ ମାଙ୍କଡ଼ ଜବତ କରିବା ପରେ ଇଡିକୁ ଚିିଠି ଲେଖି ଅନୁସନ୍ଧାନ କରିବାକୁ କହିଥିଲା।