ନିର୍ମଳା ସୀତାରମଣଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର, ଏନ୍‍ଏନ୍‍ଏସ୍‍: ଓଡ଼ିଶା ଇପିଏଫ୍‍ ପେନସନ୍‍ ଉପଭୋକ୍ତା ସଂଗଠନ, ଅବସରପ୍ରାପ୍ତ ବ୍ୟାଙ୍କ୍‍ କର୍ମଚାରୀ ସଂଘର ବିଭିନ୍ନ ଅଭିଯୋଗକୁ ନେଇ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନୂଆଦିଲ୍ଲୀ ଠାରେ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବହୁ ପୂର୍ବତନ ଚାକିରିଆ ଯେଉଁମାନେ କି ୨୦୦୬ ଜାନୁଆରୀ ୧ ତାରିଖ ପୂର୍ବରୁ ଚାକିରିରୁ ଅବସର ଗ୍ରହଣ କରିଛନ୍ତି, ସେମାନେ ଏସ୍‍ବିଆଇ ସମେତ ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କରେ ପୁନଃନିଯୁକ୍ତି ପାଇଛନ୍ତି। ତେବେ ସେମାନଙ୍କ ଇପିଏଫ୍‍ ପେନସନ୍‍ ମିଳିବାରେ ସମସ୍ୟା ଉପୁଜୁଛି। ଏନେଇ ଭୁବନେଶ୍ୱର ସାଂସଦ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସେ ସମସ୍ତ ସହଯୋଗ ଯୋଗାଇ ଦେବାନେଇ ଆଶ୍ୱାସନା ଦେଇଛନ୍ତି।