କୌଣସି ପିଲା ନିଜକୁ ଅନାଥ ଭାବନ୍ତୁନି, ମୁଁ ଅଛି : କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ସଂକ୍ରମଣ ହାର ୧୨ ପ୍ରତିଶତ କମିଛି। ଏପ୍ରିଲ ୨୨ରେ ଏହି ହାର ୩୬ ପ୍ରତିଶତ ଥିଲା। ଗତ ୧୦ ଦିନରେ ଦିଲ୍ଲୀରେ ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତ କମିଯାଇଥିବାରୁ ୧୦ ହଜାର ବେଡ ଖାଲି ଅଛି।

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ‘କୌଣସି ପିଲା ନିଜକୁ ଅନାଥ ଭାବନ୍ତୁନି, ମୁଁ ଅଛି। ଏମିତି ଅନେକ ପରିବାର ରହିଛନ୍ତି ଯେଉଁଠି ରୋଜଗାର କରୁଥିବା ବ୍ୟକ୍ତିର ମୃତ୍ୟୁ ହୋଇଛି ଦିଲ୍ଲୀ ସରକାର ସେମାନଙ୍କୁ ସାହାଯ୍ୟ କରିବ। ବୈଶ୍ୱିକ ମହାମାରୀ ଯୋଗୁ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରାଯିବ।