ଅନୁରାଧା ପଡ଼ୱାଲଙ୍କ ପୁଅ ଆଦିତ୍ୟ ପଡ଼ୱାଲଙ୍କ ନୀଧନ

ନୂଆଦିଲ୍ଲୀ: ଚଳିତ ବର୍ଷ ସିନେ ଜଗତର ଅନେକ ବଡ଼ ହସ୍ତୀଙ୍କର ମୃତ୍ୟୁ ଘଟିଥିବାବେଳେ ମନୋରଞ୍ଜନ ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଲିଉଡର ସ୍ୱନାମଧନ୍ୟ ଗାୟିକା ଅନୁରାଧା ପଡ଼ୱାଲଙ୍କ ପୁଅ ଆଦିତ୍ୟ ପଡ଼ୱାଲଙ୍କ ନିଧନ ହୋଇଛି। ମୃତ୍ୟୁବେଳକୁ ଆଦିତ୍ୟଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା । ଆଦିତ୍ୟଙ୍କଠାରେ କିଡନୀଜନିତ ସମସ୍ୟା ଥିବାରୁ ସେ ଦୀର୍ଘ ଦିନରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିଡନୀ ଫେଲ୍ ହେବା କାରଣରୁ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଆଦିତ୍ୟ ମଧ୍ୟ ତାଙ୍କ ମା’ଙ୍କ ପରି ଭଜନ ଓ ଭକ୍ତି ଗୀତ ଗାଉଥିଲେ। ଏହାଛଡ଼ା ସେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ। ଆଦିତ୍ୟଙ୍କ ନାମ ଦେଶର ସର୍ବକନିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ‘ଲିମକା ବୁକ୍ ଅଫ୍ ରେକର୍ଡସ୍’ରେ ସାମିଲ ହୋଇଛି।