ଅନୁପ ସାଏ ହିଁ ମୁଖ୍ୟ ଅଭିଯୁକ୍ତ: ଏସପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୬ ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ହିଁ ମୁଖ୍ୟ ଅଭିଯୁକ୍ତ। ତାଙ୍କର ସମ୍ପୃକ୍ତି ରହିଥିବା ନେଇ ଛତିଶିଗଡ ରାଇଗଡ ଏସପି କହିଛନ୍ତି। ତେବେ ଅନୁପଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି ପୁଲିସ୍। ତାଙ୍କ ନାମରେ ରହିଛି ହତ୍ୟା, ଅପରାଧିକ କାର୍ଯ୍ୟାକଳାପ ଓ ପ୍ରମାଣ ନଷ୍ଟ କରିବା ପରି ସଙ୍ଗୀନ ଦଫା।

ଡବଲ ମର୍ଡର ଘଟଣାରେ ଛତିଶଗଡ ପୋଲିସ୍ ଦ୍ୱାରା ଅଟକ ଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ହଟାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଶ୍ରୀ ସାଏଙ୍କୁ ଦଳରୁ ବିଦା କରିଛନ୍ତି । ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଏକ ଡବଲ ମର୍ଡର ଘଟଣାରେ ଛତିଶଗଡ଼ ପୁଲିସ ଗିରଫ କରିଛି। ଏ ନେଇ ବୁଧବାର ରାତ୍ରିରେ ଅନୁପ ସାଏଙ୍କୁ ଛତିଶଗଡ଼ର ଚକ୍ରଧରପୁର ଥାନା ପୁଲିସ ଉଠାଇନେଇଛି।

କଂଗ୍ରେସ ଦଳ ଛାଡି ୨୦୧୪ରେ ବିଜେଡିରେ ଯୋଗଦେଇଥିବା ଅନୁପ ସାଏଙ୍କୁ ଗତକାଲି ଛତିଶଗଡ଼ ପୁଲିସ ରାତି ଅଧାରେ ଝାରସୁଗୁଡ଼ାରୁ ଉଠାଇ ନେଇଥିଲା ପୁଲିସ । ପଚରା ଉଚରା ପରେ ଅନୁପଙ୍କୁ ଗିରଫ କରାଯାଇଛି। ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ୩ଥର କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ। ପରେ କଂଗ୍ରେସ ଦଳ ଛାଡି ୨୦୧୪ରେ ବିଜେଡିରେ ଯୋଗଦେଇ ଥିଲେ। ବର୍ତ୍ତମାନ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଅଛନ୍ତି ଅନୁପ କୁମାର ସାଏ।