ଝାରସୁଗୁଡା,ଏନ୍ଏନ୍ଏସ୍ : ଛତିଶଗଡ ହମିରପୁର ଜଙ୍ଗଲରେ କଳ୍ପନା ଦାସ(୩୨) ଓ ବବଲି ଦାସ(୧୪) ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗତ ବୁଧବାର ସଂଧ୍ୟାରେ ପୁଲିସ ରିମାଣ୍ଡରେ ଆଣି ଜେରା କରିଛି। ଉଭୟଙ୍କୁ ମୁହାଁ ମୁହିଁ ଜେରା ତଥା ଏକାକି ରଖି ପଚରା ଉଚୁରା କରାଯାଇଛି। ରିମାଣ୍ଡ ଅବଧିରେ କରାଯାଇଥିବା ଜେରାରେ ଉଭୟ ଅଭିଯୁକ୍ତଙ୍କ ବୟାନକୁ କ୍ରସ ଚେକ କରିବା ସହ ଏହାକୁ ଆଧାର କରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଗେଇଛି। ଏହି ହତ୍ୟାକାଣ୍ଡକୁ ଛତିଶଗଡ ପୁଲିସ ଅତି ଗୁରୁତ୍ୱ ଦେବା ସହ ହତ୍ୟାର ସମସ୍ତ ରହସ୍ୟ ଉନ୍ମୋଚନ ତଥା ଏଥିରେ ସାମିଲିଥିବା ପ୍ରତ୍ୟେକ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ବୋଲି ଛତିଶଗଡ ବିଲାସପୁର ଜୋନର ଆଇଜି ଦିପାଂଶୁ କ୍ରାବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ହତ୍ୟାରେ ବ୍ୟବହାର କରାଯାଇଥିବା ବୋଲେରୋକୁ ଖୋଜିବା ପାଇଁ ଛତିଶଗଡ ପୁଲିସ ଗୁଜୁରାଟ ଯାଇଥିବା ବେଳେ ପୁଲିସର ସ୍ୱତନ୍ତ୍ର ଦଳ ଓଡିଶାରେ ତଦନ୍ତ ଜାରି ରଖିଛି। ସେହିପରି ଅନୁପ ସାଏଙ୍କ ଇନୋଭାକୁ ଜବତ କରାଯାଇଛି।
ଅନ୍ୟପଟେ ଡ୍ରାଇଭର ବର୍ଦ୍ଧନର ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ତାକୁ ଅଦାଲତରେ ହାଜିର କରି ପୁଣି ଜେଲ ପଠାଇ ଦିଆଯାଇଛି। ସେହିପରି ଅନୁପଙ୍କ ରିମାଣ୍ଡର ଅବଧି ଆହୁରି ଦୁଇ ଦିନ ବାକି ଥିବାରୁ ପୁଲିସ ହତ୍ୟାର ସମସ୍ତ ରହସ୍ୟ ଉନ୍ମୋଚନ ପାଇଁ ତାଙ୍କର ଜେରା ଜାରି ରଖିଛି। ଅନୁପଙ୍କୁ ଆସନ୍ତା ୨୨ ତାରିଖ ପୁଣି ଅଦାଲତରେ ଉପସ୍ଥିତ କରାଯିବ। ଏହା ପୂର୍ବରୁ ତାଙ୍କର ଜାମିନ ଆବଦନ ଛତିଶଗଡ ହାଇକୋର୍ଟରେ କରାଯିବ ବୋଲି ଅନୁପଙ୍କ ଓକିଲ ବିଜୟ ସରାଫ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଅନୁପ କିମ୍ବା ବର୍ଦ୍ଧନଙ୍କ ନାର୍କୋ ଟେଷ୍ଟ ପାଇଁ ପୁଲିସ ପକ୍ଷରୁ ଆବେଦନ କରାଯାଇ ନାହିଁ। ଏହାସହ ଅନୁପଙ୍କ ହୃଦ ଜନିତ ରୋଗର ଚିକିତ୍ସା ଭୁବନେଶ୍ୱର କେୟାର ହସ୍ପିଟାଲରେ କରାଯାଉଥିଲା। ସେଠାରେ ଡାକ୍ତର ତାଙ୍କୁ ନିୟମିତ େଓøଷଧ ସେବନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏବେ ଅନୁପ ଜେଲରେ ଥିବାରୁ େଓøଷଧ ସେବନ କରି ପାରୁ ନାହାନ୍ତି। ତେଣୁ ଜେଲେରେ ଅନୁପଙ୍କ େଓøଷଧ ଉପଲବ୍ଧ କରିବା ପାଇଁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁପ ନିର୍ଦ୍ଦୋଶ ଅଟନ୍ତି। ତାଙ୍କୁ ଏହି ହତ୍ୟା କାଣ୍ଡରେ ଫସାଇ ଦିଆଯାଉଛି।
ପ୍ରକାଶ ଯୋଗ୍ୟ ଯେ, ଛତିଶଗଡର ହମିରପୁର ଜଙ୍ଗଲ ନିକଟରେ ୨୦୧୬ ମେ ୭ ତାରିଖରେ ହୋଇଥିବା ବବଲି ଦାସ ଓ କଳ୍ପନା ଦାସ (ମା, ଝିଅ) ହତ୍ୟାକାଣ୍ଡର ପ୍ରାୟ ୪ ବର୍ଷ ପରେ ଗତ ଶୁକ୍ରବାର ଛତିଶଗଡ ପୁଲିସ ପର୍ଦ୍ଦାଫାସ କରିଥିଲା। ଏହି ଘଟଣାର ମୁଖ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ କୁମାର ସାଏକୁ ଗିରଫ କରିବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରି ଜେଲ ପଠାଇଥିଲା। ଏହାସହ ଏହି ହତ୍ୟାକାଣ୍ଡର ଅଧିକ ତଦନ୍ତ ପାଇଁ ଅନୁପ ଓ ବର୍ଦ୍ଧଙ୍କ ପୁଲିସ ରିମାଣ୍ଡ ଗତ ବୁଧବାର ଆବେଦନ କରିଥିଲା। ପୁଲିସର ଆବେଦନକୁ ସ୍ୱୀକୃତି ଦେଇ ରାୟଗଡ ଜିଲ୍ଲା କୋର୍ଟ ଅନୁପଙ୍କୁ ୩ ଦିନ ଓ ବର୍ଦ୍ଧନଙ୍କୁ ୧ ଦିନର ପୁଲିସ ରିମାଣ୍ଡର ମଂଜୁରୀ ଦେଇଥିଲା।