କଟକ,ଏନ୍ଏନ୍ଏସ୍: ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ବୈବାହିକ ଜୀବନରେ ଦେଖାଦେଇଥିବା ଫାଟକୁ ନେଇ ଗତକାଲି ହ୍ୟୁମାନ ରାଇଟ୍ସ କମିସନର ସଦସ୍ୟା ଉଭୟଙ୍କୁ ଭେଟିଥିଲେ। ଏହି ସଂଗଠନର ସଦସ୍ୟମାନେ ଗତକାଲି ଅନୁଭବଙ୍କ ଘରେ ପହଞ୍ଚି ଉଭୟ ପତି, ପତ୍ନୀଙ୍କ ସହ ଆଲୋଚନା କରିଥିଲେ। ତେବେ ଆଲୋଚନା ପରେ ସକାରାତ୍ମକ ଉତ୍ତର ମିଳିଥିବା ମହିଳା ସଦସ୍ୟା ସୂଚନା ଦେଇଥିଲେ। ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ ମଧ୍ୟ ପରିବାର ବିଷୟରେ କୌଣସି ଅଭିଯୋଗ ନଥିବା ସଦସ୍ୟା ସୂଚନା ଦେଇଥିଲେ। ତେବେ ଅନୁଭବ ଓ ବର୍ଷାଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ ବୋଲି ଉକ୍ତ ସଦସ୍ୟା ଟିମ୍ ଆକଳନ କରିଥିଲେ।
ଏହାପରେ ଏନେଇ ଅନୁଭବ ଏକ ଟ୍ୱିଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ ‘ହ୍ୟୁମାନ ରାଇଟ୍ସ କମିସନଙ୍କ କଥାକୁ ବିଶ୍ୱାସ କରିବି ନା ସମ୍ମାନସ୍ପଦ ନିଜ ବାପା ମା’ଙ୍କୁ? ମୁଁ ଏହାର ସଠିକ୍ ଉତ୍ତର ଜାଣେ, ତଥାପି ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଆପଣମାନେ ଦୟାକରି ମତେ ସାହାଯ୍ୟ କରନ୍ତୁ।