ଜାଭେଲିନରେ ଅନୁ ରାଣୀ ଅଷ୍ଟମ

ଦୋହା: ଭାରତର ଅନୁ ରାଣୀ ଏଠାରେ ଚାଲିଥିବା ୱାର୍ଲ୍ଡ ଆଥଲେଟିକ ଚାମ୍ପିଅନଶିପ୍ ର ମହିଳା ଜାଭେଲିନ୍ ଥ୍ରୋ’ରେ ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ମଙ୍ଗଳବାର ରାତିରେ ଅନୁଷ୍ଠିତ ଫାଇନାଲରେ ସେ ୬୧.୧୨ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ଭାରତୀୟ ପ୍ରତିଯୋଗୀ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି ଇଭେଣ୍ଟରେ ନ୍ୟାସନାଲ ରେକର୍ଡ ପ୍ରତିଷ୍ଠା କରିବା ସହ ଫାଇନାଲରେ ପ୍ରବେଶ କରିଥିଲେ।

ଅନ୍ୟପକ୍ଷରେ ଅବିନାଶ ସାବ୍ ରେ ତୃତୀୟ ଭାରତୀୟଙ୍କ ପକ୍ଷରୁ ତୃତୀୟ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍ ରେ ସେ ତୃତୀୟ ହିଟ୍ସରେ ସପ୍ତମ ସ୍ଥାନ ଅଧିକାର କରିଥିଲେ। ରନିଂ ବେଳେ ଇଥିଓପିଆର ଜୁନିୟର ୱାର୍ଲ୍ଡ ଚାମ୍ପିଅନ୍ ଟାକେଲେ ନିଗେଟେ ତାଙ୍କ ଆଗରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ସେ ଦୁଇଥର ତଳେ ପଡ଼ିଯାଇଥିଲେ। ରେସ୍ ପରେ ଆଥଲେଟିକ୍ ଫେଡେରେସନ ଅଫ୍ ଇଣ୍ଡିଆ ଅଭିଯୋଗ କରିବା ପରେ ସାବଲେଙ୍କୁ ଷୋଡଶ ଖେଳାଳି ଭାବେ ଫାଇନାଲରେ ଦୌଡିବାକୁ ଅନୁମତି ଦିଆଯାଇଛି।