ଆଜି ରାଜ୍ୟରେ ସର୍ବାଧିକ ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୪୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୪୪୮୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମ ଜିଲ୍ଲାରୁ ୨୫୮ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୧୮ଜଣ, ରାୟଗଡାରୁ ୧୨୮ଜଣ, ସୁନ୍ଦରଗଡରୁ ୧୨୨ଜଣ, ପୁରୀରୁ ୧୨୧ଜଣ, ଗଜପତିରୁ ୧୨୦ଜଣ, କୋରାପୁଟରୁ ୮୪ଜଣ, କଟକରୁ ୬୮ଜଣ, ବାଲେଶ୍ୱରରୁ ୫୮ଜଣ, ନବରଙ୍ଗପୁରରୁ ୩୪ଜଣ, କନ୍ଧମାଳରୁ ୩୦ଜଣ, ଯାଜପୁରରୁ ୨୫ଜଣ, ମାଲକାନଗିରିରୁ ୨୪ଜଣ, କେନ୍ଦୁଝରରୁ୧୯ଜଣ, ବଲାଙ୍ଗିରରୁ ୧୬ଜଣ, ବରଗଡ ଓ କେନ୍ଦ୍ରାପଡାରୁ ୧୨ଜଣ ଲେଖାଏଁ, ଝାରସୁଗୁଡାରୁ ୧୧ଜଣ, ନୟାଗଡରୁ ୧୦ଜଣ, ବୌଦ୍ଧରୁ ୯ଜଣ, ନୂଆପଡାରୁ ୮ଜଣ, ମୟୁରଭଞ୍ଜରୁ ୭ଜଣ, ଢେଙ୍କାନାଳରୁ ୫ଜଣ, ଭଦ୍ରକରୁ ୪ଜଣ, ଅନୁଗୁଳ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ, ଦେବଗଡ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।