ଜହାଙ୍ଗୀରପୁରୀ ହିଂସା ମାମଲାର ଅନ୍ୟଜଣେ ମୁଖ୍ୟ ଅଭିଯୁକ୍ତ କୋଲକାତାରୁ ଗିରଫ

କୋଲକାତା: ଦିଲ୍ଲୀର ଜହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ହିଂସା ମାମଲାରେ ଅନ୍ୟଜଣେ ମୁଖ୍ୟ ଅଭିଯୁକ୍ତକୁ କୋଲକାତାରୁ ସ୍ୱତନ୍ତ୍ର ସେଲ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଫରୀଦ ଅରଫ ନିଟୁ । ଫରୀଦ ନାଁରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି । ହିଂସା ଦିନ ଜନସାଧାରଣଙ୍କୁ ଉସୁକାଇବାରେ ଫରୀଦ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜଣାପଡ଼ିଛି ।

ସ୍ୱତନ୍ତ୍ର ସେଲ ମୁତାବକ, ଯେଉଁ ସମୟରେ ପଥର ମାଡ଼ ହୋଇଥିଲ। ସେହି ସମୟରେ ଲୋକଙ୍କୁ ଫରୀଦ ଉସୁକାଉଥିଲା। ପରେ କୋଲକାତା ଫେରାର ହୋଇଯାଇଥିଲା । ଫରୀଦ ବିରୋଧରେ ଏନବିଡବ୍ଲ୍ୟୁ ଜାରି ହୋଇଥିଲା । ସେ ମୂଳତଃ ମେଦିନାପୁର ବାସିନ୍ଦା ।