ବେରୁତରେ ପୁଣି ଭୀଷଣ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଲେବନାନର ରାଜଧାନୀ ବେରୁତରେ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏବେ ସେଠାକାର ଏକ ବନ୍ଦରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଫଳରେ ଚତୁଃପାର୍ଶ ଧୁଆଁ ହୋଇଯାଇଛି। ଘଟଣାସ୍ଥଳରେ ଅନେକ ଅଗ୍ନିଶମ ଗାଡ଼ି ନିଆଁକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି। ଘଟଣା ପରେ ଲୋକେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଧାଁ ଦୌଡ଼ କରୁଥିବାବେଳେ ଭୟଙ୍କର ପରିସ୍ଥିତି ଉପୁଜିଛି। ସୋସିଆଲ ମିଡିଆରେ ଏହି ଘଟଣାର ଅନେକ ଭିଡିଓ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଅଗଷ୍ଟ ମାସରେ ବେରୁତରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଏଥିରେ ୭୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ହଜାରରୁ ଉର୍ଦ୍ଧ ଲୋକ ଆହତ ହୋଇଥିଲେ।