ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ବନଖଣ୍ଡରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡିଛନ୍ତି ଗଜରାଜ। ଖୋର୍ଦ୍ଧା ବନଖଣ୍ଡର ଟାଙ୍ଗି ବନାଞ୍ଚଳ ପାଲଟିଛି ହାତୀଙ୍କ ଲାଗି ମରଣଯନ୍ତା। ଏହି ବନାଞ୍ଚଳ ଅନ୍ତର୍ଗତ ଉଦୁବୁରି ଜଙ୍ଗଲରେ ରବିବାର ଭୋର ସମୟରେ ଏକ ଦନ୍ତା ହାତୀର ମୃତଦେହ ବନବିଭାଗ ଉଦ୍ଧାର କରିଥିବା ଜଣାଯାଇଛି।
ତେବେ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ଟାଙ୍ଗି ବନାଞ୍ଚଳ ଅଧିକାରୀ ଅଜୟ ଜଗଦ୍ଦେବ ସୂଚନା ଦେଇଛନ୍ତି। ତେବେ ଗତ ୧୦ଦିନ ତଳେ ଅର୍ଥାତ ମାର୍ଚ୍ଚ ୨୦ତାରିଖରେ ଉକ୍ତ ବନାଞ୍ଚଳର ରାମେଶ୍ୱର ନିକଟରେ ଏକ ମାଇ ହାତୀ ର ଅସୁସ୍ଥ ଅବସ୍ଥାରେ ମୃତ୍ୟୁ ଘଟିଥିଲା।ଏହାର ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାବେଳେ ପୁନର୍ବାର ଆଉ ଏକ ଦନ୍ତାର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁସାରେ ୧୪ବର୍ଷରେ ଖୋର୍ଦ୍ଧା ବନଖଣ୍ଡରେ ଗତ ୨୦୦୬ ରୁ ୨୦୨୦ ମାର୍ଚ୍ଚ ୨୯ ସୁଦ୍ଧା ୮ ହାତୀ ମୃତ୍ୟୁ ଘଟି ଥିବା ବନଖଣ୍ଡ ବିଭାଗ ତଥ୍ୟରୁ ଜଣାଯାଇଛି।