ନନ୍ଦନକାନନରେ ପୁଣି ଏକ ହାତୀ କମଳାର ମୃତ୍ୟୁ

ଭୁବନେଶ୍ୱର, ନନ୍ଦନକାନରେ ଗୁରୁବାର ଏକ ୭ ବର୍ଷର ମାଈ ହାତୀ କମଳାର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ହର୍ପିସ୍ ଭୂତାଣୁ ବୋଲି ଜଣାପଡିଛି। ଏହି ଭୂତାଣୁ ସଂକ୍ରମିତ ହୋଇଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। ଗତ ୨୫ ଦିନ ମଧ୍ୟରେ ୩ଟି ହାତୀର ମୃତ୍ୟୁ ହୋଇସାରିଛି। ମରିଥିବା ହାତୀମାନଙ୍କର ବୟସ ୧୦ ବର୍ଷ ଭିତରେ ବୋଲି ଜଣାପଡିଛି। ପୂର୍ବରୁ ଏକମାତ୍ର ଦନ୍ତା ‘ଚନ୍ଦନ’ ଓ ଗୋଟିଏ ମାଈ ହାତୀର ହର୍ପିସ୍ ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିଲା। ଏବେ ନନ୍ଦନକାନନରେ ଆଉ ୫ଟି ମାଈ ହାତୀ ରହିଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।