ପାଟଣା ବ୍ଲକରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ପାଟଣା ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୩୬ ବର୍ଷୀୟ କରୋନା ଆକ୍ରାନ୍ତ ଗତ ୨୩ ତାରିଖରୁ ବେଙ୍ଗାଲୁରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ। ତେବେ ଅଜି ତାଙ୍କ ସ୍ୱାବ୍ ରିପୋର୍ଟ ପିଜେଟିଭ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ପାଟଣା ତହସିଲଦାର ଶିବ ପ୍ରସାଦ ମୂର୍ମୁ ସୂଚନା ଦେଇଛନ୍ତି।