ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କର ସାମାନ୍ୟ ଲକ୍ଷଣ ଥିବା ଯୋଗୁଁ ରବିବାର ସେ ଭୁବନେଶ୍ୱରରେ ତାଙ୍କର କରୋନା ପରୀକ୍ଷା କରାଇଥିଲେ। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ବିଧାୟକ ଶ୍ରୀ ପ୍ରଧାନ ଜଣେ ସୁନାମଧନ୍ୟ ବିଧାୟକ ହୋଇଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ ନିମନ୍ତେ ତାଙ୍କ ସମର୍ଥକ ମହଲରେ ପ୍ରାର୍ଥନା କରାଯାଇଛି। ଏହାକୁ ମିଶାଇ ୨୭ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।