ସୁସ୍ଥ ହେଲେ ଆଉ ୯୫୨ କରୋନା ଆକ୍ରାନ୍ତ , ନୂଆପଡ଼ାରୁ ୧୭୬

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୯୫୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୪୩୫୨୨ରେ ପହଞ୍ଚିଛି। ଆଜି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୧୭୬ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରରୁ ୧୪୭, ଖୋର୍ଦ୍ଧାରୁ ୧୨୦, ବରଗଡରୁ ୪୮, କଟକରୁ ୪୬, ପୁରୀରୁ ୪୬, ସମ୍ବଲପୁରରୁ ୪୪, କଳାହାଣ୍ଡିରୁ ୩୮, ଅନୁଗୁଳରୁ ୩୦, ମୟୂରଭଞ୍ଜରୁ ୨୯, ଝାରସୁଗୁଡାରୁ ୨୮, ବଲାଙ୍ଗିରରୁ ୨୭, କେନ୍ଦୁଝରରୁ ୨୩, ନବରଙ୍ଗପୁରରୁ ୨୦, ଗଞ୍ଜାମରୁ ୧୫, ଯାଜପୁରରୁ ୧୫, ରାୟଗଡ଼ାରୁ ୧୫, ଭଦ୍ରକରୁ ୧୦, କୋରାପୁଟ, ନୟାଗଡ଼ ଏବଂ ସୋନପୁରରୁ ୮ଜଣ ଲେଖାଏଁ , ବାଲେଶ୍ୱରରୁ ୬, ଢେଙ୍କାନାଳରୁ ୪, କନ୍ଧମାଳରୁ ୪,ବୌଦ୍ଧରୁ ୩, ଦେବଗଡ଼ରୁ ୩, ଜଗତସିଂହପୁରରୁ ୨, କେନ୍ଦ୍ରାପଡ଼ାରୁ ୨ ଏବଂ ଷ୍ଟେଟପୁଲରୁ ୨୭ ଜଣ ସୁସ୍ଥ ହୋଇଛନ୍ତି।