୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥହେଲେ ଆଉ ୮୬୬୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୮୬୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪୮୨୩୪୫ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪୬ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୬୨୮, ଅନୁଗୁଳରୁ ୫୨୮, ଝାରସୁଗୁଡାରୁ ୪୫୮, କଟକରୁ ୪୪୪, ପୁରୀରୁ ୪୩୪, ନୂଆପଡ଼ାରୁ ୪୦୪, ସମ୍ବଲପୁରରୁ ୩୮୧, ବରଗଡ଼ରୁ ୩୬୩, ବଲାଙ୍ଗିରରୁ ୩୨୪, ନବରଙ୍ଗପୁରରୁ ୩୧୮, ବାଲେଶ୍ୱରରୁ ୩୦୧, ଗଞ୍ଜାମରୁ ୨୯୦, ଯାଜପୁରରୁ ୨୭୪, ମୟୂରଭଞ୍ଜରୁ ୨୪୩, କଳାହାଣ୍ଡିରୁ ୨୩୫, ନୟାଗଡ଼ରୁ ୨୦୬, ବୌଦ୍ଧରୁ ୧୯୯, ଜଗତସିଂହପୁରରୁ ୧୭୨, କେନ୍ଦୁଝରରୁ ୧୬୭, ସୋନପୁରରୁ ୧୪୦, ରାୟଗଡ଼ାରୁ ୧୩୨, କେନ୍ଦ୍ରାପଡ଼ାରୁ ୧୨୦, କୋରାପୁଟରୁ ୧୧୯, ଗଜପତିରୁ ୧୦୯, ମାଲକାନଗିରିରୁ ୭୨, ଦେବଗଡ଼ରୁ ୬୭, ଭଦ୍ରକରୁ ୬୩, ଢେଙ୍କାନାଳରୁ ୪୭, କନ୍ଧମାଳରୁ ୪୩ ଏବଂ ଷ୍ଟେଟପୁଲରୁ ୨୩୮ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି।