୨୪ ଘଣ୍ଟାରେ ସୁସ୍ଥହେଲେ ଆଉ ୭୭ କରୋନା ଆକ୍ରାନ୍ତ, ପଢ଼ନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୪୨୪୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବରଗଡ ଜିଲ୍ଲାରୁ ୧୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୭, ନୂଆପଡ଼ାରୁ ୬, ସମ୍ବଲପୁରରୁ ୬, ବାଲେଶ୍ୱରରୁ ୫, ବଲାଙ୍ଗିରରୁ ୫, ଯାଜପୁରରୁ ୫, ସୁନ୍ଦରଗଡରୁ ୫, ଝାରସୁଗୁଡାରୁ ୩, ପୁରୀରୁ ୩, ଢେଙ୍କାନାଳରୁ ୨, ସୋନପୁରରୁ ୨, ଅନୁଗୁଳରୁ ୧, କଟକରୁ ୧, କଳାହାଣ୍ଡିରୁ ୧, ନୟାଗଡରୁ ୧, ଷ୍ଟେଟପୁଲରୁ ଜଣେ ସୁସ୍ଥ ହୋଇଛନ୍ତି।