ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦୮୮୩୯ରେ ପହଞ୍ଚିଛି। ଆଜି ଖୋର୍ଦ୍ଧାରୁ ୭୩ ଜଣ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୭୦ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ମୟୂରଭଞ୍ଜରୁ ୫୩, ଅନୁଗୁଳରୁ ୪୪, ଜଗତସିଂହରୁ ୪୦, କଟକରୁ ୩୯, ନବରଙ୍ଗପୁରରୁ ୩୭, ନୂଆପଡ଼ାରୁ ୩୬, ଝାରସୁଗୁଡ଼ାରୁ ୩୩, କେନ୍ଦୁଝରରୁ ୩୩, ପୁରୀରୁ ୩୨, ବଲାଙ୍ଗିରରୁ ୩୦, କେନ୍ଦ୍ରାପଡ଼ାରୁ ୩୦, ଢ଼େଙ୍କାନାଳରୁ ୨୦, ଗଞ୍ଜାମରୁ ୧୬, ଭଦ୍ରକରୁ ୧୫, ବରଗଡ଼ରୁ ୧୪, ଯାଜପୁରରୁ ୧୪, ସମ୍ବଲପୁରରୁ ୧୪, ବାଲେଶ୍ୱରରୁ ୧୩, କୋରାପୁଟରୁ ୧୧, ମାଲକାନଗିରିରୁ ୯, ରାୟଗଡ଼ାରୁ ୭, ସୋନପୁରରୁ ୭, ନୟାଗଡ଼ରୁ ୬, ଦେବଗଡ଼ରୁ ୪, ଗଜପତିରୁ ୪, କନ୍ଧମାଳରୁ ୪, ବୌଦ୍ଧରୁ ୨ ଓ ଷ୍ଟେଟ୍ ପୁଲରୁ ୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।