ରାଜ୍ୟରେ ଆଜି ସୁସ୍ଥ ହେଲେ ୬୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୧,୯୫୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଆଜି କଟକରୁ ସର୍ବାଧିକ ୯୧ଜଣ ସୁସ୍ଥ ହୋଇଥିବାବେଳେ ଗଜପତି ଜିଲ୍ଲାରୁ ୮୮ଜଣ ସୁସ୍ଥ ହୋଇଛନ୍ତି।

ସେହିପରି କୋରାପୁଟରୁ ୬୬ଜଣ, ଖୋର୍ଦ୍ଧାରୁ ୬୧ଜଣ, ରାୟଗଡାରୁ ୫୭ଜଣ, ଗଞ୍ଜାମରୁ ୪୩ଜଣ, ସୁନ୍ଦରଗଡରୁ ୩୨ଜଣ, ନୟାଗଡରୁ ୩୦ଜଣ, ସୋନପୁରରୁ ୨୫ଜଣ, କନ୍ଧମାଳରୁ ୨୦ଜଣ, ଢେଙ୍କାନାଳରୁ ୧୮ଜଣ, କେନ୍ଦୁଝରରୁ ୧୮ଜଣ, ଭଦ୍ରକରୁ ୧୬ଜଣ, ସମ୍ବଲପୁରରୁ ୧୫ଜଣ, ଜଗତସିଂହପୁର ଓ ଯାଜପୁରରୁ ୧୪ଜଣ ଲେଖାଏଁ, ଦେବଗଡରୁ ୧୩ଜଣ, ମୟୂରଭଞ୍ଜ ଓ ପୁରୀରୁ ୧୦ଜଣ ଲେଖାଏଁ, ଝାରସୁଗୁଡା ଓ କଳାହାଣ୍ଡିରୁ ୭ଜଣ ଲେଖାଏଁ, ବଲାଙ୍ଗିରରୁ ୬ଜଣ, ବାଲେଶ୍ୱର, ମାଲକାନଗିରି ଓ ଅନୁଗୁଳରୁ ୫ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୪ ଜଣ ଓ ବୌଦ୍ଧ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।