ଗତ ୨୪ଘଣ୍ଟାରେ ରାଜ୍ୟରେ ଆଉ ୬୬ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୫୭୯୬ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୧୨, ବାଲେଶ୍ୱର ଜିଲ୍ଲାରୁ ୬, ଯାଜପୁର ଜିଲ୍ଲାରୁ ୫, ଜଗତସିଂହପୁରରୁ ୪, ସମ୍ବଲପୁରରୁ ୪, କଟକରୁ ୩, ଦେବଗଡରୁ ୩, ବଲାଙ୍ଗିରରୁ ୨, ବରଗଡରୁ ୧, ଝାରସୁଗୁଡାରୁ ୧, କେନ୍ଦୁଝରରୁ ୧, ପୁରୀରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟପୁଲରୁ ୪ଜଣ ସୁସ୍ଥ ହୋଇଛନ୍ତି।