ରାଜ୍ୟରେ ଆଜି ସୁସ୍ଥହେଲେ ଆଉ ୬୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୧୬୪ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୧୦୨୨୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୩ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୮୧, ଝାରସୁଗୁଡାରୁ ୫୫୭, ନୂଆପଡ଼ାରୁ ୪୪୮, କଟକରୁ ୩୪୨, କଳାହାଣ୍ଡିରୁ ୩୨୦, ବରଗଡ଼ରୁ ୨୯୮, ସମ୍ବଲପୁରରୁ ୨୭୯, ନବରଙ୍ଗପୁରରୁ ୨୨୯, ଗଞ୍ଜାମରୁ ୨୧୬, ଯାଜପୁରରୁ ୧୮୯, ମୟୂରଭଞ୍ଜରୁ ୧୮୦, ପୁରୀରୁ ୧୪୩, ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୦୧, ବଲାଙ୍ଗିରରୁ ୯୮, କୋରାପୁଟରୁ ୯୨, କେନ୍ଦୁଝରରୁ ୮୯, ଜଗତସିଂହପୁରରୁ ୮୭, ଭଦ୍ରକରୁ ୮୬, ନୟାଗଡ଼ରୁ ୮୫, ଗଜପତିରୁ ୭୮, ରାୟଗଡ଼ାରୁ ୭୦, ସୋନପୁରରୁ ୬୨, ଦେବଗଡ଼ରୁ ୪୨, କେନ୍ଦ୍ରାପଡ଼ାରୁ ୩୮, କନ୍ଧମାଳରୁ ୩୭, ମାଲକାନଗିରିରୁ ୧୬, ବୌଦ୍ଧରୁ ୧୪, ଢେଙ୍କାନାଳରୁ ୮ ଏବଂ ଷ୍ଟେଟପୁଲରୁ ୧୭୯ ଜଣ ସୁସ୍ଥ ହୋଇଛନ୍ତି।