ସୁସ୍ଥହେଲେ ଆଉ ୫୬୩୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ୧୧୪୬

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୬୩୪ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୯୧୦୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି କଳାହାଣ୍ଡି ଜିଲ୍ଲାରୁ ୪୫୧, ସୁନ୍ଦରଗଡ଼ରୁ ୪୨୬, କଟକରୁ ୩୬୭, ନୂଆପଡ଼ାରୁ ୩୧୮, ପୁରୀରୁ ୩୦୫, ନବରଙ୍ଗପୁରରୁ ୨୫୨, ସମ୍ବଲପୁରରୁ ୨୨୯, ବଲାଙ୍ଗିରରୁ ୨୦୯, କେନ୍ଦୁଝରରୁ ୧୯୨, ଝାରସୁଗୁଡାରୁ ୧୭୬, ଗଞ୍ଜାମରୁ ୧୫୩, ସୋନପୁରରୁ ୧୨୯, ଯାଜପୁରରୁ ୧୧୫, ମୟୂରଭଞ୍ଜରୁ ୧୧୫, ରାୟଗଡ଼ାରୁ ୧୦୮, ବରଗଡ଼ରୁ ୮୯, ବାଲେଶ୍ୱରରୁ ୭୮, ଅନୁଗୁଳରୁ ୭୨, ଭଦ୍ରକରୁ ୭୧, ଗଜପତିରୁ ୬୯, ନୟାଗଡ଼ରୁ ୬୮, ଦେବଗଡ଼ରୁ ୬୭, କୋରାପୁଟରୁ ୪୮, ଜଗତସିଂହପୁରରୁ ୪୭, କେନ୍ଦ୍ରାପଡ଼ାରୁ ୪୧, କନ୍ଧମାଳରୁ ୨୬, ବୌଦ୍ଧରୁ ୧୩, ମାଲକାନଗିରିରୁ ୯, ଢେଙ୍କାନାଳରୁ ୬ ଏବଂ ଷ୍ଟେଟପୁଲରୁ ୨୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।