ସୁସ୍ଥ ହେଲେ ଆଉ ୫୨୩ କରୋନା ଆକ୍ରାନ୍ତ, ସୁନ୍ଦରଗଡ଼ରୁ ୮୫

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୪୧୧୨୩ରେ ପହଞ୍ଚିଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୮୫ଜଣ ସୁସ୍ଥ ହୋଇଥିବାବେଳେ ନୂଆପଡ଼ାରୁ ୭୪ଜଣ ସୁସ୍ଥହୋଇଛନ୍ତି।

ସେହିପରି କଳାହାଣ୍ଡିରୁ ୫୧, ଝାରସୁଗୁଡାରୁ ୪୮, ଖୋର୍ଦ୍ଧାରୁ ୩୬, ଗଞ୍ଜାମରୁ ୨୯, ସମ୍ବଲପୁରରୁ ୨୭, କଟକରୁ ୨୨, ବଲାଙ୍ଗିରରୁ ୧୮, କେନ୍ଦୁଝରରୁ ୧୮, ବାଲେଶ୍ୱରରୁ ୧୫, ମୟୁରଭଞ୍ଜରୁ ୧୪, ପୁରୀରୁ ୧୪, ଯାଜପୁରରୁ ୧୩, କୋରାପୁଟରୁ ୭, ବରଗଡ଼, ଭଦ୍ରକ, ଜଗତସିଂହପୁର, ନବରଙ୍ଗପୁର ଏବଂ ରାୟଗଡାରୁ ୫ଜଣ ଲେଖାଏଁ, କନ୍ଧନାଳରୁ ୪, ଅନୁଗୁଳରୁ ୩, ଗଜପତିରୁ ୩, ଢେଙ୍କାନାଳରୁ ୨, କେନ୍ଦ୍ରାପଡ଼ାରୁ ୨, ସୋନପୁରରୁ ୨, ଦେବଗଡ଼ରୁ ୧, ନୟାଗଡ଼ରୁ ୧ ଏବଂ ଷ୍ଟେଟପୁଲରୁ ୯ ଜଣ ସୁସ୍ଥ ହୋଇଛନ୍ତି।