ଆଜି ୪୧୮୦ କରୋନା ଆକ୍ରାନ୍ତ ସୁସ୍ଥ, ପଢ଼ନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୪୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୬୭୧୧୧କୁ ବୃଦ୍ଧି ପାଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୬୪୭ ଜଣ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୫୨୧, ଖୋର୍ଦ୍ଧାରୁ ୪୯୮, ନୂଆପଡ଼ାରୁ ୪୪୫, ଝାରସୁଗୁଡ଼ାରୁ ୨୦୧, କେନ୍ଦୁଝରରୁ ୧୭୭, କଟକରୁ ୧୫୨, ବରଗଡ଼ରୁ ୧୪୮, ସମ୍ବଲପୁରରୁ ୧୪୮, ପୁରୀରୁ ୧୪୩, ଗଞ୍ଜାମରୁ ୧୨୬, ମୟୂରଭଞ୍ଜରୁ ୧୧୯, ବଲାଙ୍ଗିରରୁ ୯୩, ନବରଙ୍ଗପୁରରୁ ୮୭, ବାଲେଶ୍ୱରରୁ ୮୧, ଯାଜପୁରରୁ ୬୧, କଳାହାଣ୍ଡିରୁ ୫୬, ରାୟଗଡ଼ାରୁ ୫୨, ଭଦ୍ରକରୁ ୫୦, ଜଗତସିଂହପୁରରୁ ୫୦, ଗଜପତିରୁ ୪୫, ନୟାଗଡ଼ରୁ ୪୫, ଢେଙ୍କାନାଳରୁ ୩୯, ଦେବଗଡ଼ରୁ ୨୮, କୋରାପୁଟରୁ ୨୧, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୧୫, ମାଲକାନଗିରିରୁ ୪, ସୋନପୁରରୁ ୩ ଏବଂ ଷ୍ଟେଟପୁଲରୁ ୧୧୦ ଜଣ ସୁସ୍ଥ ହୋଇଛନ୍ତି।