ରାଜ୍ୟରେ ସୁସ୍ଥ ହେଲେ ୨୯୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୬୫୦୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବବେଳେ ଅନୁଗୁଳରୁ ୪୮, କଟକରୁ ୨୪, କେନ୍ଦ୍ରାପଡାରୁ ୧୬, ବାଲେଶ୍ୱରରୁ ୧୫, କେନ୍ଦୁଝରରୁ ୧୫, ଝାରସୁଗୁଡାରୁ ୧୪, ଯାଜପୁରରୁ ୧୩, ଖୋର୍ଦ୍ଧାରୁ ୧୨, ମୟୂରଭଞ୍ଜରୁ ୧୨, ବରଗଡ଼ରୁ ୧୦, ବଲାଙ୍ଗିରରୁ ୧୦, ସମ୍ବଲପୁରରୁ ୮, ଦେବଗଡ, ଗଞ୍ଜାମ ଓ ନବରଙ୍ଗପୁରରୁ ୬ ଜଣ ଲେଖାଏଁ, ଭଦ୍ରକରୁ ୫, ଜଗତସିଂହପୁରରୁ ୫, ନୂଆପଡାରୁ ୪, ରାୟଗଡାରୁ ୩, ବୌଦ୍ଧରୁ ୨, କଳାହାଣ୍ଡିରୁ ୨, କୋରାପୁଟରୁ ୨, ନୟାଗଡରୁ ୨, ମାଲକାନଗିରିରୁ ୧ ଏବଂ ଷ୍ଟଟପୁଲରୁ ୮ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।