ଖୁସି ଖବର : ରାଜ୍ୟରେ ସୁସ୍ଥହେଲେ ଆଉ ୨୬୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୨୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୭୮୦୩ରେ ପହଞ୍ଚିଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪୧ ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୁଳ ଜିଲ୍ଲାରୁ ୩୧ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ୨୬, ନୂଆପଡାରୁ ୨୧, ସୁନ୍ଦରଗଡ଼ରୁ ୧୯, ବାଲେଶ୍ୱରରୁ ୧୫, ଯାଜପୁରରୁ ୧୫, ମୟୁରଭଞ୍ଜରୁ ୧୫, ବରଗଡ଼ରୁ ୧୪, ଝାରସୁଗୁଡାରୁ ୧୪, ଖୋର୍ଦ୍ଧାରୁ ୧୪, ବଲାଙ୍ଗିରରୁ ୧୩, କେନ୍ଦ୍ରାପଡାରୁ ୧୦, ଜଗତସିଂହପୁରରୁ ୫, ଗଞ୍ଜାମରୁ ୩, କଳାହାଣ୍ଡିରୁ ୨, ନୟାଗଡରୁ ୨, ସୋନପୁରରୁ ୨, ମାଲକାନଗିରିରୁ ୧ ଏବଂ ଷ୍ଟେଟପୁଲରୁ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।