ରାଜ୍ୟରେ ସୁସ୍ଥହେଲେ ଆଉ ୨୫୫ କରୋନା ଆକ୍ରାନ୍ତ, ୩୨୯୮୦୧ରେ ପହଞ୍ଚିଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୯୮୦୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଜପତି ଜିଲ୍ଲାରୁ ୨୩ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ମଧ୍ୟ ୨୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିର ଜିଲ୍ଲାରୁ ୧୯, ଅନୁଗୁଳରୁ ୧୬, ସମ୍ବଲପୁରରୁ ୧୬, ବରଗଡରୁ ୧୫, କେନ୍ଦୁଝରରୁ ୧୩, ମୟୁରଭଞ୍ଜରୁ ୧୨, ଯାଜପୁରରୁ ୧୦, କଟକରୁ ୯, ପୁରୀରୁ ୯, କଳାହାଣ୍ଡି, ମାଲକାନଗିରି, ସୁନ୍ଦରଗଡରୁ ୮ ଜଣ ଲେଖାଏଁ, କୋରାପୁଟ ଓ ରାୟଗଡାରୁ ୬ଜଣ ଲେଖାଏଁ, ଦେବଗଡ ଓ କେନ୍ଦ୍ରାପଡାରୁ ୫ ଜଣ ଲେଖାଏଁ, ନୂଆପଡାରୁ ୪, ବୌଦ୍ଧ, ଢେଙ୍କାନାଳ ଓ ସୋନପୁରରୁ ୩ଜଣ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଜଗତସିଂହପୁରର, ନବରଙ୍ଗପୁରରୁ ୨ ଜଣ ଲେଖାଏଁ ଏବଂ ଷ୍ଟେଟପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।