ସୁସ୍ଥ ହେଲେ ଆଉ ୨୪୬ କରୋନା ଆକ୍ରାନ୍ତ : ନୂଆପଡ଼ାରୁ ୭୪ 

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୮୬୬୨ରେ ପହଞ୍ଚିଛି। ଆଜି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୭୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୫ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼ରୁ ୨୨, କଟକରୁ ୧୫, ଗଞ୍ଜାମରୁ ୧୦, ବଲାଙ୍ଗିରରୁ ୯, ପୁରୀରୁ ୯, ସୁନ୍ଦରଗଡରୁ ୯, ବାଲେଶ୍ୱରରୁ ୮, କଳାହାଣ୍ଡିରୁ ୮, ନବରଙ୍ଗପୁରରୁ ୬, ମୟୂରଭଞ୍ଜରୁ ୫, ସମ୍ବଲପୁରରୁ ୫, ଯାଜପୁରରୁ ୪, କେନ୍ଦୁଝରରୁ ୪, ଅନୁଗୁଳରୁ ୩, ଝାରସୁଗୁଡାରୁ ୨, କନ୍ଧମାଳରୁ ୨, କୋରାପୁଟ, ରାୟଗଡ଼ା, ସୋନପରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଷ୍ଟେଟପୁଲରୁ ୭ ଜଣ ସୁସ୍ଥ ହୋଇଛନ୍ତି।