୨୪ ଘଣ୍ଟାରେ ସୁସ୍ଥହେଲେ ୨୪୦ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୨୮୦୪୩

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୮୦୪୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସମ୍ବଲପୁରରୁ ୩୫ ଜଣ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୩୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୦, ଅନୁଗୁଳରୁ ୧୮, ବଲାଙ୍ଗିରରୁ୧୭, କଟକରୁ ୧୫, ବରଗଡରୁ ୧୪, ଯାଜପୁରରୁ ୧୪, ଝାରସୁଗୁଡାରୁ ୧୦, କେନ୍ଦୁଝରରୁ ୧୦, କେନ୍ଦ୍ରାପଡାରୁ ୯, ପୁରୀରୁ ୯, ବାଲେଶ୍ୱରରୁ ୫, ଗଞ୍ଜାମରୁ ୪, ମୟୂରଭଞ୍ଜରୁ ୪, ନୂଆପଡାରୁ ୪, ଭଦ୍ରକରୁ ୩, କଳାହାଣ୍ଡିରୁ ୩, ଗଜପତିରୁ ୨, ରାୟଗଡାରୁ ୨, ବୌଦ୍ଧ, ଜଗତସିଂହପୁର, କନ୍ଧମାଳ, ନବରଙ୍ଗପୁର, ନୟାଗଡ଼, ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।