ଆଜି ରାଜ୍ୟରୁ ସୁସ୍ଥହେଲେ ୨୧୬୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୧୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୫୩୫୫୧ରେ ପହଞ୍ଚିଛି।

ଆଜି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୪୧୦ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୪୧, ଖୋର୍ଦ୍ଧାରୁ ୧୯୮, ସମ୍ବଲପୁରରୁ ୧୧୪, କେନ୍ଦୁଝରରୁ ୯୮, ନବରଙ୍ଗପୁରରୁ ୯୬, ବଲାଙ୍ଗିରରୁ ୯୦, ବରଗଡ଼ରୁ ୭୯, ବାଲେଶ୍ୱରରୁ ୭୮, ଝାରସୁଗୁଡାରୁ ୭୦, ପୁରୀରୁ ୭୦, କଳାହାଣ୍ଡିରୁ ୬୫, ମୟୂରଭଞ୍ଜରୁ ୬୦, କଟକରୁ ୫୯, ଦେବଗଡ଼ରୁ ୫୧, ଯାଜପୁରରୁ ୫୦, ଗଞ୍ଜାମରୁ ୪୯, ଅନୁଗୁଳରୁ ୪୮, ଭଦ୍ରକରୁ ୩୦, ଗଜପତିରୁ ୨୮, ରାୟଗଡ଼ାରୁ ୨୪, ଜଗତସିଂହପୁରରୁ ୨୧, ସୋନପୁରରୁ ୧୯, କେନ୍ଦ୍ରାପଡ଼ାରୁ ୧୮, ନୟାଗଡ଼ରୁ ୧୫, ବୌଦ୍ଧରୁ ୧୦, କୋରାପୁଟରୁ ୧୦, କନ୍ଧମାଳରୁ ୮, ଢେଙ୍କାନାଳରୁ ୫, ମାଲକାନଗିରିରୁ ୫ ଏବଂ ଷ୍ଟେଟପୁଲରୁ ୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।