ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୮୧୫୦ରେ ପହଞ୍ଚିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୪୬ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୨୦ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ନୂଆପଡ଼ାରୁ ୨୦, କଳାହାଣ୍ଡିରୁ ୧୨, ସୁନ୍ଦରଗଡ଼ରୁ ୧୨, ସମ୍ବଲପୁରରୁ ୧୧, ଝାରସୁଗୁଡାରୁ ୧୦, ମୟୂରଭଞ୍ଜରୁ ୧୦, ବଲାଙ୍ଗିରରୁ ୯, ବରଗଡ଼ରୁ ୮, ବାଲେଶ୍ୱରରୁ ୬, ଗଞ୍ଜାମରୁ ୬, ଯାଜପୁରରୁ ୫, କେନ୍ଦୁଝରରୁ ୫, ପୁରୀରୁ ୫, ବୌଦ୍ଧରୁ ୪, ଜଗତସିଂହପୁରରୁ ୪, ଅନୁଗୁଳରୁ ୩, ଢେଙ୍କାନାଳରୁ ୨, କେନ୍ଦ୍ରାପଡ଼ାରୁ ୨, କୋରାପୁଟରୁ ୨, ରାୟଗଡ଼ାରୁ ୧ ଏବଂ ଷ୍ଟେଟପୁଲରୁ ୧୨ ଜଣ ସୁସ୍ଥ ହୋଇଛନ୍ତି।