ଆଜି ରାଜ୍ୟରେ ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ପାଇଁ ଖୁସିର ଖବର।  ରାଜ୍ୟରେ ଆଉ ୧୭୮୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୪୮୦୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଆଜି ଗଞ୍ଜାମରେ ସର୍ବାଧିକ ୪୦୪ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରେ ୨୬୩ ସୁସ୍ଥ ହୋଇଛନ୍ତି।

ସେହିପରି କଟକ ଓ ସମ୍ବଲପୁରରୁ ୧୨୬ଜଣ ଲେଖାଏଁ, କେନ୍ଦୁଝର ୧୦୧, ମାଲକାନଗିରି ୯୧, କନ୍ଧମାଳ ୮୪, ରାୟଗଡ଼ା ୮୧, ଢ଼େଙ୍କାନଳ ୬୦, ମୟୂରଭଞ୍ଜ ୫୦, ଯାଜପୁର ୪୯, କଳାହାଣ୍ଡି ୪୮, ବାଲେଶ୍ୱର ୩୨, ନୟାଗଡ଼ ୩୧, ସୁନ୍ଦରଗଡ଼ ୩୦, ଭଦ୍ରକ ୨୮, କେନ୍ଦ୍ରାପଡ଼ା ୨୪, ପୁରୀ ୨୨, ବରଗଡ଼ ୧୦, ନୂଆପଡ଼ା ୧୦, ନବରଙ୍ଗପୁର ୮, ଜଗତସିଂହପୁର ୭, କୋରାପୁଟ ୭, ବଲାଙ୍ଗିର ୫, ବୌଦ୍ଧ ୪, ଝାରସୁଗୁଡ଼ା ୩ ଓ ଦେବଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି।