୨୪ ଘଣ୍ଟାରେ ସୁସ୍ଥହେଲେ ଆଉ ୧୭୪୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୭୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୪୯୩୭୭ରେ ପହଞ୍ଚିଛି।

ଆଜି ନୂଆପଡ଼ାରୁ ୩୩୬ଜଣ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୩୧୭, ଖୋର୍ଦ୍ଧାରୁ ୧୫୨, ବଲାଙ୍ଗିରରୁ ୮୭, ସମ୍ବଲପୁରରୁ ୮୬, ନବରଙ୍ଗପୁରରୁ ୮୨, ବରଗଡ଼ରୁ ୬୪, କଟକରୁ ୫୬, କେନ୍ଦୁଝରରୁ ୪୮, ଗଞ୍ଜାମରୁ ୪୭, ଗଜପତିରୁ ୪୪, ଅନୁଗୁଳରୁ ୪୩, ପୁରୀରୁ ୪୩, ମୟୂରଭଞ୍ଜରୁ ୩୯, ଯାଜପୁରରୁ ୩୮, ଭଦ୍ରକରୁ ୩୬, ବାଲେଶ୍ୱରରୁ ୩୩, କଳାହାଣ୍ଡିରୁ ୩୦, ଝାରସୁଗୁଡାରୁ ୨୨, ରାୟଗଡ଼ାରୁ ୨୦, କୋରାପୁଟରୁ ୧୭, ନୟାଗଡ଼ରୁ ୧୫, ସୋନପୁରରୁ ୧୩, କନ୍ଧମାଳରୁ ୧୧, ଦେବଗଡ଼ରୁ ୧୦, କେନ୍ଦ୍ରାପଡ଼ାରୁ ୬, ଜଗତସିଂପୁରରୁ ୫, ଢେଙ୍କାନାଳରୁ ୩, ମାଲକାନଗିରିରୁ ୨ ଏବଂ ଷ୍ଟେଟପୁଲରୁ ୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।