ରାଜ୍ୟରେ ସୁସ୍ଥହେଲେ ଆଉ ୧୫୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩୩୧୮୨୪ରେ ପହଞ୍ଚିଛି।

ଆଜି ସୁନ୍ଦରଗଡ ଜିଲ୍ଲାରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ପୁରୀରୁ ୨୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୨୩, ବାଲେଶ୍ୱରରୁ ୧୨, ଅନୁଗୁଳରୁ ୯, ଖୋର୍ଦ୍ଧାରୁ ୯, ବରଗଡରୁ ୭, ଜଗତସିଂହପୁରରୁ ୬, କଟକରୁ ୫, ଯାଜପୁରରୁ ୫, ଝାରସୁଗୁଡାରୁ ୪, ବଲାଙ୍ଗିରରୁ ୩, ଗଜପତିରୁ ୩, ନୂଆପଡାରୁ ୩, ଗଞ୍ଜାମରୁ ୨, କେନ୍ଦୁଝରରୁ ୨, କୋରାପୁଟରୁ ୨, ମୟୁରଭଞ୍ଜରୁ ୨, ଭଦ୍ରକରୁ ୧, ବୌଦ୍ଧରୁ ୧, ଦେବଗଡରୁ ୧, କନ୍ଧମାଳରୁ ୧, ସୋନପୁରରୁ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି।