ରାଜ୍ୟରେ ଆଜି ସୁସ୍ଥହେଲେ ୧୪୪୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ଘଣ୍ଟାରେ ୧୪୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୯୧୧୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୬୧ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୧୦୭, ବରଗଡରୁ ୯୯, ସୁନ୍ଦରଗଡରୁ ୯୮, କଳାହାଣ୍ଡିରୁ ୭୨, ଜଗତସିଂହପୁରରୁ ୭୦, ନୂଆପଡାରୁ ୬୮, କେନ୍ଦୁଝରରୁ ୬୬, ମୟୂରଭଞ୍ଜରୁ ୬୬, ବାଲେଶ୍ୱରରୁ ୫୮, ପୁରୀରୁ ୫୭, ଅନୁଗୁଳରୁ ୫୩, ଭଦ୍ରକରୁ ୪୯, ବଲାଙ୍ଗିରିରୁ ୪୯, କେନ୍ଦ୍ରାପଡାରୁ ୪୯, ସମ୍ବଲପୁରରୁ ୪୩, ଯାଜପୁରରୁ ୪୧, ଝାରସୁଗୁଡାରୁ ୨୯, ମାଲକାନଗିରିରୁ ୨୮, ନବରଙ୍ଗପୁରରୁ ୨୮, ଢେଙ୍କାନାଳରୁ ୨୩, ସୋନପୁରରୁ ୨୨, ଗଞ୍ଜାମରୁ ୧୯, କୋରାପୁଟରୁ ୧୭, କନ୍ଧମାଳରୁ ୧୨, ନୟାଗଡରୁ ୧୨, ରାୟଗଡାରୁ ୭, ଗଜପତିରୁ ୬, ଦେବଗଡରୁ ୫ ଏବଂ ଷ୍ଟେଟପୁଲରୁ ୩୪ ଜଣ ସୁସ୍ଥ ହୋଇଛନ୍ତି।