ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ଅନୁସାରେ ବାର୍ଷିକ କ୍ରୀଡ଼ା, କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାକୁ ଅଧ୍ୟକ୍ଷ ହୃଷିକେଶ ଜାଲି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହାର ତାତ୍ପର୍ଯ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । କ୍ରୀଡ଼ା ଉପସଭାପତି ଅଧ୍ୟାପକ ବିରାଟ କିଶୋର ପଣ୍ଡା ପ୍ରତିଯୋଗିତାର ମହତ୍ତ୍ୱପୂର୍ଣ୍ଣ ବିଚାର ବର୍ଣ୍ଣନା କରିଥିଲେ । କ୍ରିକେଟ, କବାଡ଼ି, ଦୌଡ଼, ଖୋ-ଖୋ, ତର୍କ ପ୍ରବନ୍ଧ, ଗୀତ, ନାଚ, ଚେସ ଓ କ୍ୟାରମ ଇତ୍ୟାଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜର ଶିକ୍ଷା ସହ ଦକ୍ଷତା ପ୍ରତିପାଦିତ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଏ ସମସ୍ତ ପ୍ରତିଯୋଗିତାର ବିଚାରକ ଭାବରେ ସର୍ବଶ୍ରୀ ଅଧ୍ୟାପକ ଡା. ରାମନାଥ ମହାପାତ୍ର, ଅଧ୍ୟାପକ ରଜନୀକାନ୍ତ ମିଶ୍ର, ଅଧ୍ୟାପିକା ମନୋରମା ମହାପାତ୍ର, ଅଧ୍ୟାପକ ବିଶ୍ୱନାଥ ନାୟକ, ଅଧ୍ୟାପକ ଗୋଲୋକ ସ୍ୱାଇଁ, ଅଧ୍ୟାପିକା ଋତୁ କାଟି, ଅଧ୍ୟାପିକା ପ୍ରତିମା ଗୌଡ଼, ବାଳକୃଷ୍ଣ ବାଣୁଆ, ଗଣେଶ ସାହୁ ଓ ରାମଚନ୍ଦ୍ର ପାଢ଼ୀ ପରିଚାଳନା କରୁଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।