‘ଯୁଗ ଯୁଗ ଜିୟୋ’ ସେଟରୁ ଆସିଲା ବଡ଼ ଖବର: ଅନିଲ, ନୀତୁ ଓ ବରୁଣଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର, ବରୁଣ ଧୱନ ଓ ନୀତୁ କପୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ କଳାକାର ରାଜ ମେହେତାଙ୍କ ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ସୁଟିଂ କରୁଥିଲେ। ଏମାନଙ୍କ ସହ ନିର୍ଦ୍ଦେଶକ ରାଜ ମେହେତା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଭଳି ସ୍ଥିତିରେ ଫିଲ୍ମର ସୁଟିଂ ରୋକି ଦିଆଯାଇଛି। ଫିଲ୍ମର ସୁଟିଂ ନଭେମ୍ବରରେ ଆରମ୍ଭ ହୋଇଥିଲା।
ସୂଚନାଯୋଗ୍ୟ, ଧର୍ମା ପ୍ରଡୋକ୍ସନର ଏହି ଫିଲ୍ମରେ କିୟାରା ଆଡଭାନୀ ଓ ୟୁଟ୍ୟୁବ ସେନସେସନ ପ୍ରଜକ୍ତା କୋହଲୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ବରୁଣ ଓ କିୟାରାଙ୍କୁ ପତି-ପତ୍ନୀ ଭୂମିକାରେ ଦେଖିବାକୁ ମିଳିବ।