ଅନିଲ ସାମଲଙ୍କୁ ଉତ୍ତରାଞ୍ଚଳ ଆରଡିସି ଦାୟିତ୍ୱ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) ନିରଞ୍ଜନ ସାହୁ ଜାନୁଆରୀ ୩୧ରେ ଅବସର ନେବେ। ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି)ର ସଦସ୍ୟ ଭାବେ ସେ ଫେବୃଆରୀ ୧ରେ ଦାୟିତ୍ୱ ଗ୍ରହଣ କରିବେ। ତେଣୁ ନିରଞ୍ଜନଙ୍କ ସ୍ଥାନରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) ଅନିଲ ସାମଲ ନିଜ ଦାୟିତ୍ୱ ସହ ଉତ୍ତରାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ୱ ସମ୍ପାଦନ କରିବେ। ଗୁୁରୁବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶପାଇଛି।